Oriya Love SMS, Oriya Love Messages For Him And Her

Oriya Love SMS 2024 : Are You Searching For Oriya Love SMS To Share With your beloved one?. Then You Are At Perfect Place,  We At Explore Quotes Have Collected Huge Collection Of Oriya Love Messages For You. Please Have A Look And Don’t Forget To Share This Unique Collection Of Oriya Love SMS On Facebook, Whatsapp If You Like It.

Oriya Love SMS


Oriya Love SMS 2024


ମୋହରି ସହିତେ ସାକ୍ଷାତ ଯେ ହେଲା…

ମୋହରି ସହିତେ ସାକ୍ଷାତ ଯେ ହେଲା
ସବୁକଥା ଦେଲି କହି
ମୋ ହାତ ଧରିଣ କେତେ ଯେ କାନ୍ଦିଲେ
କାନ୍ଦିଲା ହ୍ୄଦୟ ବହି


ଆଖିରେ ଆଖିରେ କେତେ କଥା ତୁହି…

ଆଖିରେ ଆଖିରେ କେତେ କଥା ତୁହି
କହିଗଲୁ ମୋତେ ଗୋରୀ
ଓଠ ଖୋଲି ପଦେ କହିଦେ ତୁ ଲୋ
ଦେଖାଇବି ହିରୋଗିରୀ


ଏକଲା ଦେଖି ମୋତେ ତୁମେ…

ଏକଲା ଦେଖି ମୋତେ ତୁମେ
ସେଦିନ ମାରିଲ ଫ୍ଲାଇଙ୍ଗ କିସ୍
ବାପା ମୋ ଭାରି ଗରମ ମିଜାଜି
ତୁମକୁ କରିଦେବେ ଦୁଇ ପିସ୍


Arthar Pipasu Atanti Mo Bapa…

Arthar Pipasu Atanti Mo Bapa
Lobharu Je Papa Jata
Ati Papa Hele Mrutyu Hoijae
Ekatha Nischaya Sata


Aina Jepari Michha Kahenahi…

Aina Jepari Michha Kahenahi
Akhiki Dekhiba Bhinna
Manadei Jaku Bhala Paithibu
Sehi Heba Jibadhan


Pahilu Dekhare Priya Chari Akhi…

Pahilu Dekhare Priya Chari Akhi
Ama Hoila Milan
Tumari Rupaku Priya mo
Hrudaye Kali Sankalan


ଦୁନିଆଁରେ ଯେତେ ବାଧା…

ଦୁନିଆଁରେ ଯେତେ ବାଧା
ଆସିଲେଟି ତୁମକୁ ବନିତା କରି
ତୁମରି ମଥାରେ ସତୀର ସିନ୍ଦୁର
ପିନ୍ଧାଇବି ହାତେ ଧରି


ତୁମେ ଚିରସ୍ରୋତା ମୋ ପ୍ରେମ…

ତୁମେ ଚିରସ୍ରୋତା ମୋ ପ୍ରେମ
ଜାହ୍ନବୀ ପବିତ୍ର ହ୍ୄଦୟ ଧରି
ସ୍ନେହ ମମତାର ମମତା
ପରଶେ ନେଲ ମୋତେ ବଶ କରି


ତୁମେ ଯଦି ମୋତେ ଭଲ…

ତୁମେ ଯଦି ମୋତେ ଭଲ ପାଉଥାଅ ଆମର ଅମର ପ୍ରୀତି
ଆମ ପ୍ରୀତି ସାକ୍ଷୀ ରହିଥିବ ସଦା ସେଦିନ ମିଳନ ରାତି

ତୁମରି ଉପରେ ଭରସା ରଖି ମୁଁ ଆଖିଲୁହ ସାକ୍ଷୀ କରି
ଦିନ ବିତାଇଛି ଦୁଃଖର ଅଶ୍ରୁରେ ତବ ପାଦ ଆଶ୍ରା କରି

ପର ଯଦି ମନେ ଭାବୁଥିବ ତୁମେ ନିଜର ହେବି ମୁଁ କାହାର
ତୁମକୁ କଦାପି ଭୁଲି ନ ପାରିବି ତୁମେ ମୋ ହ୍ୄଦର ହାର

ତୁମରି ପ୍ରେମରେ ଏ ଜୀବନ ମୋର କରିଛି ମୁଁ ସମର୍ପଣ
ମୋ ହ୍ୄଦ ଦେବତା ଦିଅବାରେ ଦେଖା ତୁମକୁ ମୋହରି ରାଣ


ତୁମରି ରୂପକୁ ହ୍ୄଦୟ ଆଇନା…

ତୁମରି ରୂପକୁ ହ୍ୄଦୟ ଆଇନା ନିତି ନିତି ଦେଖୁଥାଇ
ସତ ଆଇନାରେ ସତ ରୂପ ତୁମ
ନିତି ମୋ ପାଶେ ଆସଇ

ତୁମେ ମୋତେ ପଛେ ବିବାହ ନ ହୁଅ
ଶେଷ ଦେଖା ଯିବ ଦେଇ
ମୋହରି ସମାଧି ଦେଖିଯିବ ଥରେ
ଆମ ଗାଁ ରାସ୍ତାକୁ ନେଇ


ତୁମେ ପ୍ରାଣଧନ ମୋ …

ତୁମେ ପ୍ରାଣଧନ ମୋ ଜୀବନ ଧନ
ତୁମେ ମୋର ଗତିମୁକ୍ତି
ତୁମରି ପ୍ରେମରେ ପ୍ରେମିକା ସାଜିଛି
ଝୁରୁଛି ମୁଁ ଦିବାରାତ୍ରି

ତୁମେ ମୋ ସର୍ବସ୍ୱ ତୁମେ ଆହେ ପ୍ରିୟ
ନିଅ ତୁମେ ମୋତେ ଧରି
ତୁମ ବିନା କେହି ନାହାଁନ୍ତି ଭରସା
ତୁମେ ମୋ ପ୍ରେମ ପୂଜାରୀ

ସପ୍ତାହକୁ ଥରେ ଚିଠିଖଣ୍ଡେ ଦେଇ
ହତାଶା ମନକୁ ନେଇ
ଅବୁଝା ମନକୁ ବୁଝାଇବ ପ୍ରିୟ
ନିବେଦନ କରେ ମୁହିଁ


Oriya Love Messages 2024


ସାରା ଦୁନିଆଁରେ ସବୁ ଫୁଲ …

ସାରା ଦୁନିଆଁରେ ସବୁ ଫୁଲ ଠାରୁ ସୁନ୍ଦର ତ ହସଫୁଲ
ହସ ଫୁଲଟିକୁ ଭଲ ପାଏ ଯିଏ ସେଇ ଅଟେ ସିନା ଭଲ

ସୁନୀଳ ଆକାଶେ ଟିକି ବାର୍ଡ ଦୁହେଁ
କରିବା ତ ଆମେ ଫ୍ଲାଇଙ୍ଗ୍
ଜୀବନର ସବୁ ସୁଖ ସପନକୁ କରିବା ଏଥର ଟ୍ରାଇଙ୍ଗ

ସଜା ଫୁଟା ଫୁଲ ମୁହଁଟି ତୁମର
ଲାଜ ଲାଜ ଭରା ହସ
ଆଖିରେ ଆଖିଏ ସପନ ଲୁଚିଛି ଭାଙ୍ଗୁଛି ସଦା ଅଳସ

ତୁମକୁ ମୁଁ ଝୁରି ରହିବି ଦେବତା ତୁମରି ପ୍ରେମକୁ ଚାହିଁ
ଏ ଜୀବନେ ଯଦି ନ ପାଇ ପାରିବି ଆର ଜନ୍ମଯାଏ ମୁହିଁ


ଘେନିବ ପ୍ରଣାମ ମୋ ଜୀବନ…

ଘେନିବ ପ୍ରଣାମ ମୋ ଜୀବନ ଧନ ଏ ଦାସୀ ମିନତି କରେ
ତୁମରି ପ୍ରେମରେ ପାଗଳୀନି ସାଜି ସସ୍ମିତା ତୁମର ଝୁରେ

ମୋ ଭାଗ୍ୟକୁ ନେଇ ବିଶ୍ୱାସ ମୁଁ କରି
ତୁମରି ପଥକୁ ଚାହିଁ
ଚୀରକୁମାରୀ ମୁ୍ଁ ହୋଇଣ ରହିବି
ତୁମ ରୂପ ଛବି ଚାହିଁ

ସତରେ ପ୍ରେୟସୀ ମୋର ସାଙ୍ଗେ
ଯଦି ହୋଇଯିବ ତମେ ଫିଟିଙ୍ଗ୍
ଜାଣିବି ଜୀବନେ ସକସେସ୍ ହେଲି
ଆମ ଯୋଡି ହବ ମ୍ୟାଚିଙ୍ଗ୍


ଆଖିରେ ଆଖିରେ ହୋଇ…

ଆଖିରେ ଆଖିରେ ହୋଇ ସାରିଅଛି
କେତେ ଭାବ ଦିଆନିଆ
ବୁଝିବାକୁ ଆଉ ବାକୀ ନାହିଁ କିଛି
ଏଇ ପ୍ରେମ ନୂଆ ନୂଆ

ସତ ମୁଁ କହୁଛି ନିଜର କରିବି ତୁମକୁ
ଆଜିଠାରୁ ଫର୍ ଏଭର୍
ଭୁଲିବିନି କେବେ ତୁମ ପ୍ରେମ
ଏଇ ଜୀବନରେ ନେଭର୍

ଆମ ଜୀବନର ଚଲାପଥରେ
କି ହୋଇବ କୁସୁମ ବରଷା
ଫୁଲ ନ ବର୍ଷିଲେ କଣ୍ଟା ଫୁଟିବନି
ରହିଛି ଏତିକି ଭରସା


ସେ ସମୟ ଆମ ଯାଇଛି ଦୂରେଇ…

ସେ ସମୟ ଆମ ଯାଇଛି ଦୂରେଇ
ସାଜି ଆମେ ପ୍ରେମପ୍ରେମୀ
ତୁମକୁ କୋଳରେ ଧରି ମୁଁ ସ୍ୱପନ
ଦେଖୁଥିବି ଗୋ ମୋ ମାନିନୀ

କେତେ ମନୋହର ନୀଳନୟନାର
ପୋଟଳଚିରା ସେ ଆଖି
ବାରମ୍ୱାର ତା’ର ମନେ ପଡୁଥିବ
ଯିଏ ଥିବ ଥରେ ଦେଖି

କ୍ୄଷ୍ଣଚୂଡା ଫୁଲ ପେନ୍ଥା ପେନ୍ଥା ଦିଶେ
ସୁନା ଦୁବ କେରି କେରି
ମନେ ମୋ ପଡୁଛି ସେଦିନ କେମିତି
ଚାହୁଁଥିଲ ଫେରି ଫେରି


ପାହିଯିବ ରାତି ରହିଯିବ କଥା ପ୍ରେମ…

ପାହିଯିବ ରାତି ରହିଯିବ କଥା ପ୍ରେମ ହେବ ଆମ ବାସୀ
ତୁମକୁ କିପରି ଭୁଲିବି ଗୋ ପ୍ରିୟା ତୁମେ ମୋର ପ୍ରିୟା ରାଶି

ଚିଠି ଦେଲି ପ୍ରିୟା ପାଶେ ଯିବି ମୁହିଁ ତୁମକୁ ଆଣିବା ପାଇଁ
ସେଦିନ ଯେ କେହି ବାଧା ଦେବା ପାଇଁ ନଥିବେ ଗୋ ପ୍ରାଣ ସହି

ନିଦାଘ ବରଷା ଆମ ସାଥି ହେବ ପ୍ରୀତି ପଥେ ହେବ ସାଥି
ତୁମେ ପ୍ରାଣପ୍ରିୟା ମୋ ହ୍ୄଦ ଚନ୍ଦ୍ରମା ସାକ୍ଷୀ ଥିବ ଆମ ପ୍ରୀତି

ଚିଠି ପାଇ ତୁମେ ସଜ ହୋଇଥିବ ମୋ ସାଥେ ଆସିବା ପାଇଁ
ତେଣୁ ମୁଁ ଆଗୁଆ ଦେଲି ପ୍ରିୟା ଚିଠି ମୋ ମନ କଥା ଦେଲି ବୁଝାଇ


ପ୍ରେମର ରୋଷଣୀ ଜାଳିଯିବି…

ପ୍ରେମର ରୋଷଣୀ ଜାଳିଯିବି ମୁହିଁ ତୁମ ପାଇଁ ବରବେଶ
ପ୍ରେମର ପାଲିଙ୍କି ଝୁଲୁଥିବ ଆମ ଝରୁଥିବ ପ୍ରେମ ହସ

ସପନ ବେଦିରେ ତୁମକୁ ବସାଇ ନିତି ବିଭାହୁଏ ମୁହିଁ
ସ୍ୱପନ ଆମର ସତ ହେବ ପ୍ରିୟା ତୁମ କୋଳେ ଥିବି ରହି

ପ୍ରେମସିନ୍ଧୁ ତୀରେ ମୋ ପ୍ରେମ ବାନ୍ଧବୀ ତୁମକୁ କୋଳରେ ପାଇ
ସାଗର କୂଳରେ ଥିବ ତୁମେ କୋଳେ ହସୁଥିବ ଫେଇ ଫେଇ


ଧର୍ମ ବେଦୀ ପରେ ବସିଥିବା ଗୋରୀ…

ଧର୍ମ ବେଦୀ ପରେ ବସିଥିବା ଗୋରୀ ଧର୍ମଦେବ ସାକ୍ଷୀ ରଖି
ମୁଁ ତୁମ ପ୍ରେମିକ ତୁମେ ପ୍ରିୟା ମୋର ତୁମେ ଅଟ ନିରିମାଖି

ହସର ଜୁଆର ଉଚ୍ଛୁଳି ଉଠିବ ପ୍ରେମ ମନ୍ଦାକିନୀ ସାଜି
ତୁମେ ପ୍ରାଣପ୍ରିୟା ମୋ ଗୋଲାପକଢୀ ତୁମ ପ୍ରେମେ ମୁହିଁ ରାଜି

ମୋ ଅଙ୍କଶାୟିନୀ ମୋର ପ୍ରାଣପ୍ରିୟା ସଦାଥିବ ଅଙ୍କେ ମୋର
ମୋ କୋଳେ ଝୁଲଣ ସଦା ସାଜିଥିବ ତୁମେ ପ୍ରାଣପ୍ରିୟା ମୋର


ବିୟୁଟି ପାର୍ଲର ଯାଇ ଗୋରୀ …

ବିୟୁଟି ପାର୍ଲର ଯାଇ ଗୋରୀ ନିତି ମେକପ୍ ହେଉଛ ଏତେ
ଆଇ ଲଭ୍ ୟୁ କହିଲି ସେଦିନ ଉତ୍ତର ଦେଲୁନି ମତେ

ଜିନ୍ ପେଣ୍ଟ ସାଙ୍ଗେ ସଟ୍ ଗାଉନ୍ ଦିଶୁଛି ଭାରି ଫିଟ୍
ମୁରୁକି ଅନାଇ ଚାହିଁଲେ ଗୋରୀ ତୁ ହୋଇଯିବେ ଟୋକା ହିଟ୍


ବାପା ତ ବିଡିଓ ମାନ୍ୟଗଣ୍ୟ ବ୍ୟକ୍ତି…

ବାପା ତ ବିଡିଓ ମାନ୍ୟଗଣ୍ୟ ବ୍ୟକ୍ତି
ତୁହି ତାଙ୍କ କୁଳାଙ୍ଗାର
ଏପରି ପୁଅକୁ ଜନମ ଦେଇକି
କେତେ ଟେନସନ୍ ତାଙ୍କର

ତୋ ଭଉଣୀ ଶିଖା ଏକଥାକୁ ଶୁଣି
ମୋ ପାଶେ ଲେଖିଲା ପତର
ସସ୍ମୀତା ତୁମେ ଯାହା କରିଅଛ
ମନକୁ ପାଇଛି ମୋହର


ଆଜି ଦୟାକରି ଛାଡଦେଲି ତୋତେ…

ଆଜି ଦୟାକରି ଛାଡଦେଲି ତୋତେ
ଆଉ ଯଦି କେବେ ଆସିବୁ
ମୋ ଚଲା ପଥରେ କଣ୍ଟା ଯଦି
ହେବୁ ତେବେ ତା’ର ମଜ୍ଜା ପାଇବୁ

ପୋଲିସର ମାଡ ମୋ ପାଇଁ ଖାଇଛୁ
ମଜ୍ଜା ଲାଗିଥିବ କେତେ
ମଦୁଆ ମାତାଲ ଯେ ହେଲା ସଂସାରେ
କି କହିବ ତାକୁ ଏତେ


ପଦାରେ ରହିଲେ ଠିକଣା ଦେବି ମୁଁ…

ପଦାରେ ରହିଲେ ଠିକଣା ଦେବି ମୁଁ
ସେହି ଠିକଣାକୁ ନେଇ
ଚିଠିଦେବ ପ୍ରିୟା ସସ୍ମୀତା ସୁନ୍ଦରୀ
କେବେ ଭୁଲିଯିବ ନାହିଁ

ଜୀବନରୁ ତୋତେ ମାରିଦେଇନାହିଁ
ଦେଇଛି ଯେ ଯନ୍ତରଣା
ଯେତେ ଭେଗାଙ୍କୁ ତୁ ଆଣିଥିଲୁ ସାଥେ
ସବୁହେଲେ ବାଟ ବଣା


ଆଇନା ଯେପରି ମିଛ କହେନାହିଁ…

ଆଇନା ଯେପରି ମିଛ କହେନାହିଁ
ଆଖିକି ଦେଖିବ ଭିନ୍ନ
ମନଦେଇ ଯାକୁ ଭଲ ପାଇଥିବୁ
ସେହି ହେବ ଜୀବଧନ

ଅର୍ଥର ପିପାସୁ ଅଟନ୍ତି ମୋ ବାପା
ଲୋଭରୁ ଯେ ପାପ ଜାତ
ଅତି ପାପ ହେଲେ ମ୍ୄତ୍ୟୁ ହୋଇଯାଏ
ଏକଥା ନିଶ୍ଚୟ ସତ


Search The Best SMS-Quotes About Love


You may also like...